ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ନବନିଯୁକ୍ତ ରାଜ୍ୟ ପଦାଧିକାରୀଙ୍କୁ ଶୁଭେଚ୍ଛା
👁 2416 views

ଭୁବନେଶ୍ୱର, ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ (ODMM) ର ରାଜ୍ୟ କାର୍ଯ୍ୟକାରିଣୀକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଶ୍ରୀମତୀ ମୀରାବାଇ ଦେଓଙ୍କୁ ରାଜ୍ୟ କାର୍ଯ୍ୟକାରୀ ସଭାପତି (State Working President) ଏବଂ ଚନ୍ଦନା ଦାସଙ୍କୁ ରାଜ୍ୟ ଉପ-ସଭାପତି (State Vice-President) ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି।
ଏହି ନିଯୁକ୍ତି ପରେ ମହାସଂଘର ବିଭିନ୍ନ ରାଜ୍ୟସ୍ତରୀୟ ପଦାଧିକାରୀ ଓ ସଦସ୍ୟମାନେ ନବନିଯୁକ୍ତ ଦୁଇ ନେତୃବୃନ୍ଦଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି l ମହାସଂଘର ରାଜ୍ୟ ସଭାପତି ମନୋଜ ଶତପଥୀ, କାର୍ଯ୍ୟକାରୀ ସଭାପତି ସୂର୍ଯ୍ୟକାନ୍ତ ଖେଡୁଆଲସିଂହ, ରାଜ୍ୟ ସାଧାରଣ ସମ୍ପାଦକ କବିରାଜ ପାତ୍ର, ପ୍ରଭାସଜ୍ୟୋତି ମହାନ୍ତି, ରାଜ୍ୟ ଉପ-ସଭାପତି ନିରଞ୍ଜନ ପାଣି, ବିଜୟାନନ୍ଦ ତ୍ରିପାଠୀ ଓ ସରୋଜ କାନ୍ତ ଜେନା, ବରିଷ୍ଠ ସଦସ୍ୟ ସଂଗ୍ରାମଜିତ ନନ୍ଦ ଏବଂ ରାଜ୍ୟ ସଙ୍ଗଠନ ସମ୍ପାଦକ ଗୌରାଙ୍ଗ ଚରଣ ମହି ପ୍ରମୁଖ ଆଶା ପ୍ରକାଶ କରିଛନ୍ତି ଯେ, ମୀରାବାଇ ଦେଓ ଏବଂ ଚନ୍ଦନା ଦାସଙ୍କ ନେତୃତ୍ୱ, ଅଭିଜ୍ଞତା ଓ ସକ୍ରିୟ ଅବଦାନ ମହାସଂଘକୁ ଅଧିକ ସଶକ୍ତ କରିବା ସହ ରାଜ୍ୟର ଡିଜିଟାଲ ମିଡିଆ କର୍ମୀମାନଙ୍କ ସ୍ୱାର୍ଥ ସୁରକ୍ଷା ଓ ସଂଗଠନର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ।
ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ପକ୍ଷରୁ ଉଭୟ ନବନିଯୁକ୍ତ ପଦାଧିକାରୀଙ୍କୁ ପୁନର୍ବାର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି।
