Web News

ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଅଧିକାରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲା ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ

👁 2393 views

Ganjamବ୍ୟୁରୋ ରିପୋର୍ଟ, ଛତ୍ରପୁର10 Jun 2026
Share:
ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଅଧିକାରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲା ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ

ଛତ୍ରପୁର: ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ପ୍ରତିନିଧି ଦଳ ଆଜି ଗଞ୍ଜାମ ସାଇବର ଓ ଅର୍ଥନୈତିକ ଅପରାଧ ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଜ୍ୟୋତି ରଞ୍ଜନ ବେହେରାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ ସାଇବର ଅପରାଧ ସଚେତନତା, ଡିଜିଟାଲ ମିଡିଆର ଦାୟିତ୍ୱ ଏବଂ ଜନସାଧାରଣଙ୍କୁ ସଠିକ୍ ସୂଚନା ପ୍ରଦାନ ନେଇ ଆଲୋଚନା ହୋଇଥିଲା।

ପ୍ରତିନିଧି ଦଳ ପକ୍ଷରୁ ଶ୍ରୀ ବେହେରାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉଭୟ ପକ୍ଷ ସମାଜରେ ସାଇବର ସଚେତନତା ବୃଦ୍ଧି ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ମତ ପ୍ରକାଶ କରିଥିଲେ।

ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଅଧିକାରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲା ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ | ODMM